୨୫ରେ ବାରଙ୍ଗର ପ୍ରସିଦ୍ଧ କାର୍ତ୍ତିକେଶ୍ୱର ଭସାଣି

0 48

ବାରଙ୍ଗ,୧/୧୦(ଏସଏସନିଉଜ) ଆଉ ଦିନ କେଇଟା ପରେ ବାରଙ୍ଗର ପ୍ରସିଦ୍ଧ ଗଣପର୍ବ କର୍ତିକେଶ୍ୱର ପୂଜା ହେବ।ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୧୦୦ରୁ ଉର୍ଦ୍ଧ ପୂଜାମଣ୍ଡପରେ କାର୍ତ୍ତିକେୟ ଓ ନିଲେନ୍ଦ୍ରିୟଙ୍କ ପୂଜା ହେବ।
ବାରଙ୍ଗ ଅଂଚଳର ପ୍ରସିଦ୍ଧ କାର୍ତ୍ତିକପୂଜା ଓ ଭସାଣିପାଇ ଏବେଠାରୁ ପ୍ରସ୍ତୁତପର୍ବ ଆରମ୍ଭ ହୋଇଯାଇଛି।ବାରଙ୍ଗଅଞ୍ଚଳର ବଡ଼ପର୍ବ ତଥା ଭାଇଚାରାର ପର୍ବ ହୋଇଥିବାରୁଏହାକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ଏହି ପୂଜାର ଅନ୍ୟତମ ଆକର୍ଷକ ଭସାଣି ହୋଇଥିବାରୁ ଭସାଣିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ପାରମ୍ପରିକ ବାଦ୍ୟ କୁ ଅଣାଯାଇ ସାମିଲ କରିବା ପାଇ ଯୋଜନା କରୁଛନ୍ତି ପୂଜା କମିଟି।ତେବେ ଚଳିତବର୍ଷ କର୍ତିକେଶ୍ୱର୍ପୂଜା ୧୦ଦିନବ୍ୟାପୀ ବାରଙ୍ଗରେ ପାଳନ କରାଯିବ।କାର୍ତ୍ତିକପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ନଭେମ୍ବର ୨୫ରେ ଭଷାଣୀ ଉତ୍ସବ କରାଯିବା ନେଇ ନିଷ୍ପତ୍ତି ହୋଇଛି।ତେବେ ଗତ ବର୍ଷ ୩୫ଟି ମେଢ଼ ଭସାଣିରେ ସାମିଲ ହୋଇଥିବା ବେଳେ ଚଳିତବର୍ଷ ୨୬ରୁ ଉର୍ଦ୍ଧ ମେଢ଼ ଭସାଣିରେ ସାମିଲ ହେବା ବୋଲି ଜଣାପଡିଛି। ତେବେ ଶୁକ୍ରବାରଦିନ କଟକ ଡିସିପି ଜଗମୋହନ ମୀନାଙ୍କ ଆହ୍ୱାନକ୍ରମେ ବାରଙ୍ଗଆଞ୍ଚଳିକ ଶାନ୍ତିକମିଟି ଓ ପୋଲିସ ପ୍ରଶାସନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ ବୈଠକ ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଉଭାୟଙ୍କ ମଧ୍ୟରେଆଲୋଚନା ଓ ପର୍ଯ୍ୟାଲୋଚନା ପରେ କଟକ ବାଲିଯାତ୍ରାଥିବାରୁ ବାଲିଯାତ୍ରାର ପରେପରେ ଅର୍ଥାତ ନଭେମ୍ବର ୨୫ ତାରିଖ ସୋମବାର ବାରଙ୍ଗର ଗଣପର୍ବ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ କରାଯିବା ନେଇ ନିଷ୍ପତି ହୋଇଥିଲା। ଏହି ବୈଠକରେ ଡିସିପି ଜଗମୋହନ ମୀନା , ଆଡିଶନାଲ ଡିସିପି ଦେବଦତ୍ତ କର, ଏ.ସି.ପି.ଉମାକାନ୍ତ ପ୍ରଧାନ, ବାରଙ୍ଗ ଥାନା ଅଧିକାରୀ ବିଶ୍ବରଂଜନ ନାୟକ, ବାରଙ୍ଗ ଶାନ୍ତିକମିଟି ସମ୍ପାଦକ ସୁରେଶମହାନ୍ତି,ଟ୍ରକ ମାଲିକସଂଘ ସଭାପତି ବିଜୟ କୁମାର ପଣ୍ଡା,ରଞ୍ଜିତ ବିଷୋୟୀ,ସଂଗ୍ରାମମହାପାତ୍ର,ସୁରେନ୍ଦ୍ର ମିଶ୍ର,କଟକ ମହାନଗର ପୂଜାକମିଟିର କର୍ମକର୍ତ୍ତା ଏବଂ ଶାନ୍ତି କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଆସନ୍ତା ୪ତାରିଖ ସନ୍ଧ୍ୟାରେ ବାରଙ୍ଗଥାନା ପରିସରରେ ବାରଙ୍ଗପ୍ରଶାସନ ,ଶାନ୍ତିକମିଟି, ଏବଂ ଅଞ୍ଚଳର ପୂଜାକମିଟିମାନଙ୍କୁ ନେଇ ଏକ ପୂର୍ଣ୍ଣାଙ୍ଗବୈଠକରେ ପ୍ରଶାସନିକ ନିଷ୍ପତ୍ତି ସହ ଅନ୍ୟାନ୍ୟବିଷୟରେ ଆଲୋଚନା ହେବ ବୋଲି ଶାନ୍ତି କମିଟିର ସାଧାରଣ ସମ୍ପାଦକ ସୁରେଶ ମହାନ୍ତି ସୂଚନା ଦେଇଛନ୍ତି।
(ଜିତରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.