୧୦ଫୁଟିଆ ଅଜଗର ଉଦ୍ଧାର

ବାରଙ୍ଗ,୨ା୧୨ (ଏସଏସନିଉଜ)ବାରଙ୍ଗ କଲେଜ ନିକଟସ୍ଥ ଦୟା ଦକ୍ଷିଣ କେନାଲ ବନ୍ଧ ମୁଖ୍ୟ ରାସ୍ତା ଉପରୁ ଏକ ୧୦ ଫୁଟର ଅଜଗର ଉଦ୍ଧାର। ଶନିବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ କେନାଲ ବନ୍ଧ ମୁଖ୍ୟ ରାସ୍ତା ଉପରେ ୧୦ ଫୁଟର ଏହି ଅଜଗରଟି ବୁଲୁଥିବା ସ୍ଥାନୀୟ ଗ୍ରାମର କିଛି ଲୋକ ଦେଖିବାକୁ ପାଇଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ନନ୍ଦନକାନନର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସୁରକ୍ଷିତ ଭାବେ ଅଜଗରକୁ ଉଦ୍ଧାର କରିଥିଲେ। କେନାଲରେ ପାଣି ନଥିବାରୁ ଖାଦ୍ୟ ଅନ୍ୱେଷଣରେ ଏହି ବିଶାଳ ଅଜଗରଟି ମୁଖ୍ୟ ରାସ୍ତା ଉପରକୁ ଚାଲିଆସିଥିବା ଅନୁମାନ କରାଯାଉଛି।

 

- Advertisement -

Leave A Reply

Your email address will not be published.