ବାରଙ୍ଗ,୬ା୨(ଏସଏସନିଉଜ)ବୁଧବାର ସନ୍ଧ୍ୟାରେ ବାରସିଂହାଗ୍ରାମରେ ଗୋଡିସାହି ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରାଯିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଗୁରୁବାରଦିନ କୋର୍ଟଚାଲାଣ କରିଛି। ଗିରଫ ୩ ଜଣ ହେଉଛନ୍ତି ସମୀର ରାଉତ, ପ୍ରଶାନ୍ତ ରାଉତ ଏବଂ ପିଣ୍ଟୁ ବେହେରା। ସମସ୍ତ ଅଭିଯୁକ୍ତ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ବାରସିଂହା ଗ୍ରାମର ବାସିନ୍ଦା ହୋଇଥିବାର ଜଣାପଡିଛି ।
ସୂଚନା ମୁତାବକ ବୁଧବାର ସନ୍ଧ୍ୟାସମୟରେ ବାରସିଂହାଗ୍ରାମର ଜଣଙ୍କଘରୁ ବିଦ୍ୟୁତ ସଂଯୋଗ ବିଛିନ୍ନହୋଇଯାଇଥିବାରୁ ମରାମତି କାର୍ୟ୍ୟ କରିବାପାଇଁ ପାଇଁ ଗୋଡିସାହି ବିଦ୍ୟୁତ୍ କାର୍ୟ୍ୟ ଳୟରୁ କିଛି କର୍ମଚାରୀ ଯାଇଥିଲେ। କର୍ମଚାରୀମାନେ ସେଠାରୁ କାର୍ୟ୍ୟ ସାରି ଫେରୁଥିବା ସମୟରେ ଏହି ୩ଜଣ ଯୁବକ ତାଙ୍କୁ ଅନ୍ୟ ଏକ ବିଦ୍ୟୁତଖୁଣ୍ଟରେ ଥିବା ତ୍ରୁଟିକୁ ମରାମତିପାଇଁ କହିଥିଲେ। ବିନା କୌଣସି କାର୍ୟ୍ୟାୟଳୟ ସୂଚନା କିମ୍ବା ନିର୍ଦ୍ଦେସାନୁସାରେ ମରାମତି କରି ପାରିବେନାହିଁ ବୋଲି ବିଦ୍ୟୁତ କର୍ମଚାରୀ ସେମାନଙ୍କୁ କହିଥିଲେ।ଏହାକୁନେଇ ଉଡଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏଥିରେ ଉତଖିପ୍ତ ହୋଇ ୩ଜଣ ଯୁବକ ବିଦ୍ୟୁତ କର୍ମଚାରୀଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିବାରୁ ୨ଜଣବିଦ୍ୟୁତ କର୍ମଚାରୀଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା । ଗୋଡିସାହି ବିଦ୍ୟୁତ କାର୍ୟ୍ୟା ଳୟର କନିଷ୍ଠଯନ୍ତ୍ରୀ ସୂର୍ୟ୍ୟୟପ୍ରକାଶମାର୍ଥାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମକଦ୍ଦମାରୁଜୁକରି ୩ଜଣଙ୍କୁ ଗିରଫକରି ଆଜି କୋର୍ଟଚାଲାଣ କରିଛି।
Prev Post
Next Post