ବସ ଦୁର୍ଘଟଣାରେ ୧୭କାଉଡ଼ିଆ ଆହତ

0 33

ଯାଜପୁର,୨୨/୭(ଏସଏସନିଉଜ) କାଉଡ଼ିଆ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଥିରେ ୧୭ଜଣ ଆହତ ହୋଇଛନ୍ତି।ଏନ୍ଏଚ୍-୨୦ ଚାନ୍ଦପୁର ନିକଟରେ ଡିଭାଇଡରରେ ପିଟି ହୋଇ ଓଲଟିପଡ଼ିଛି ବସ।୧୭ କାଉଡ଼ିଆ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି।ବିଳମ୍ବିତ ରାତିରେ କାଉଡ଼ିଆଙ୍କୁ ନେଇ ବସଟି ଆନନ୍ଦପୁରରୁ ପୁରୀ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

Leave A Reply

Your email address will not be published.