ପୁଣି ଚର୍ଚ୍ଚାରେ ସାରଥି

ଭୁବନେଶ୍ୱର,୫।୫(ଏସଏସନିୟୂଜ)କେନ୍ଦ୍ରାପଡ଼ା ଯିବେ ସାରଥିପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ୍‌ ସାରଥି।କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି।
ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି।୨ମାସକୁ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି ମିଳିଛି।ଆଶ୍ରମ ଯାଇପାରିବେନି ଓ ରାତିରେ କେନ୍ଦ୍ରାପଡ଼ାରେ ରହିପାରିବେନି ବୋଲି କୁହାଯାଇଛି।ସକାଳ ସାଢ଼େ ୫ରୁ ସନ୍ଧ୍ୟା ସାଢ଼େ ୫ ମଧ୍ୟରେ ଦେଖା କରିପାରିବେ।ଏଥିପାଇଁ ପ୍ରଥମେ ଟ୍ରାଏଲ୍‌ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ରେ କୁହାଯାଇଛି।୨ଶହରୁ ଅଧିକଲୋକ ସମାଗମ ନକରିବା କଟକଣା ବଳବତ୍ତର ରହିଥିବା ବେଳେ ୨ଶହରୁ ଅଧିକ ଲୋକ ସମାଗମ ନକରିବାକୁ ପୂର୍ବରୁ ସର୍ତ୍ତ ଥିଲା।ଏହି ସର୍ତ୍ତ କୋହଳ କରିବାକୁ ସିଧାସଳଖ ମନା କଲେ ହାଇକୋର୍ଟ।କେନ୍ଦ୍ରାପଡ଼ା ନଯିବାକୁ ଓ ୨ ଶହ ଊର୍ଦ୍ଧ୍ବ ସମାଗମ ନକରିବାକୁ ଜାମିନ ସର୍ତ୍ତ ରହିଥିଲା।

- Advertisement -

Leave A Reply

Your email address will not be published.