ବାରଙ୍ଗ,୧୯/୬(ଏସ ଏସ ନିୟୁଜ)ବାରଙ୍ଗ ବ୍ଲକ୍ ଅନ୍ତର୍ଗତ କୁହ୍ନେଇପଡା ପଞ୍ଚାୟତର ବ୍ରାହ୍ମଣୀ ଗାଁରେ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଗାଈ ଟିକୁ ଉଦ୍ଧାର କରିଛି ବାରଙ୍ଗ ଅଗ୍ନିଶମ ବାହିନୀ।ସୂଚନା ମୁତାବକ ଶନିବାର ଅପରାହ୍ନ ୩ ଟା ସମୟରେ ବ୍ରାହ୍ମଣୀ ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଏକ ଗାଈଟି
ଗଳି ପଡିଥିଲା।କୂଅ ଚତୁଃପାର୍ଶ୍ଵ ରେ କୌଣସି ଆବଦ୍ଧ ନଥିବାରୁ ଗାଇଟି ଚରୁଥିବା ସମୟରେ ଦୁର୍ଭାଗ୍ୟଜନତଃ କୂଅ ମଧ୍ୟକୁ ଗଳି ପଡ଼ିଥିଲା।ନିକଟସ୍ଥ ଚାଷ ଜମିରେ କାମ କରୁଥିବା କିଛି ଚାଷୀ ଏହା ଦେଖି ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିତ୍ୟକ୍ତ କୂଅ ମଧ୍ୟରୁ ଗାଇଟିକୁ ଉଦ୍ଧାର କରିଥିଲେ।