ଆଜିର ଅନୁଚିନ୍ତା

ତାରିଖ : ୦୭.୧୧.୨୦୨୧,ରବିବାର

ଆଜିର ନୀତିବାଣୀ
➡️”ଜିତିବାର ଉଦ୍ଦେଶ୍ୟ କାହାକୁ ପରାସ୍ତ କରିବା ନୁହେଁ, ଏହାର ଉଦ୍ଦେଶ୍ୟ ତୁମେ ହାସଲ କରିବା !!
➡️”ଯାହାର ଭଗବାନଙ୍କ ଉପରେ ଭରସା ଓ ନିଜ ଉପରେ ବିଶ୍ୱାସ ଅଛି…ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରିବ ନାହିଁ
➡️”ତୁମର ପ୍ରଥମ ବିଜୟ ପରେ- ବିଶ୍ରାମ ନିଅ ନାହିଁ- କାହିଁକି ନା ଯଦି ଦ୍ୱିତୀୟ ରେ ଅସଫଳ ହେବ- ତେବେ ଲୋକେ କହିବେ- ତୁମର ପ୍ରଥମ ବିଜୟ ଏକ ଭାଗ୍ୟର ଖେଳ ଥିଲା !!
➡️”ଉତ୍ସାହ ହିଁ ସର୍ବଦା ସବୁପ୍ରକାର କର୍ମ କରିବାରେ ପ୍ରବୃତ୍ତ କରିଥାଏ। ଜୀବ ଯେଉଁସବୁ କର୍ମ ସେମାନଙ୍କୁ ଉତ୍ସାହ ହିଁ ସଫଳତା ଦେଇଥାଏ !!
➡️”ଦୁନିଆରେ ସେହି ଲୋକମାନେ ସବୁବେଳେ ସଫଳ ହୋଇଥାନ୍ତି, ଯାହାର ନିଜ ଉପରେ ଭରଷା ଥାଏ !!
ଆଜିର ଅନୁଚିନ୍ତା
➡️”ହଠାତ୍ ରାଗି ଯାଇ କିଛି ନିଷ୍ପତ୍ତି ନେବା ପୂର୍ବରୁ ଅନୁତଃ ଥରେ ଭାବନ୍ତୁ କାହିଁକିନା
ଇତିହାସ ସାକ୍ଷୀ ଅଛି ଯେ ପ୍ରତ୍ୟେକ ରାଗ ଜୀବନରୁ କିଛି ନା କିଛି ଛଡ଼େଇ ନେଇଥାଏ !!
➡️”ମାଆ ଭଳି ଭଲ ପାଉଥିବା , ବୁଝି ପାରୁଥିବା ଆଉ ବୁଝାଇ ପାରୁଥିବା ସାଥିଟିଏ ମିଳିବା ବହୁତ କଷ୍ଟ . ସେଥୂପାଇଁ ହିଁ କୁହାଯାଇଛି ଯେ ” ମାଆ “ଠାରୁ ବଡ ବନ୍ଧନ ଏବଂ ମାଆ ଠୁ ବଡ ବିକଳ୍ପ ଏ ସୃଷ୍ଟିରେ ଆଉ କିଛି ନାହିଁ !!
➡️” ତ୍ୟାଗ ” ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ ଯେମିତି ଥରେ ପ୍ରଶ୍ବାସ ନେବା ପାଇଁ ହେଲେ ପ୍ରଥମେ ନିଶ୍ବାସକୁ ଛାଡିବାକୁ ପଡିଥାଏ !!
➡️”ଜୀବନର ରାସ୍ତାରେ ସେପର୍ଯ୍ୟନ୍ତ ଚାଲିବା ଛାଡ଼ନ୍ତୁ ନାହିଁ , ଯେପର୍ଯ୍ୟନ୍ତ ଆପଣ ଆପଣଙ୍କ ନିଦ୍ଧାରିତ ଲକ୍ଷ୍ୟ ସ୍ଥାନରେ ନ ପହଞ୍ଚିଛନ୍ତି !!
➡️”ସବୁବେଳେ ଜୀବନକୁ ହସି ଖେଳି ବିତାନ୍ତୁ , କାହିଁକିନା ଆପଣ ବି ଜାଣି ନାହାନ୍ତି ଯେ ଏ ଜୀବନ ଆଉ କେତେ ବାକି ଅଛି !!

ଆଜିର ସୁବିଚାର
➡️”କୌଣସି ଜିନିଷ ଯିବା ପରେ ଏବଂ ଆସିବା ପୂର୍ବରୁ ଆମକୁ ତାହାର ମୂଲ୍ୟ ଜଣା ପଡିଥାଏ !!
➡️”ଯେଉଁ ଲୋକମାନେ ଦାୟିତ୍ବର ସହ କାମ କରିଥାନ୍ତି . ସେହିମାନେ ହିଁ ଜୀବନରେ ସଫଳ ହୋଇଥାନ୍ତି !!
➡️”ଅତୀତକୁ ଅତ୍ୟଧିକ ଭାବିଲେ ଆଖିରୁ ଲୁହ ଆସିଥାଏ , ଭବିଷ୍ୟତକୁ ବେଶି ଚିନ୍ତା କଲେ ମନରେ ଭୟ ସୃଷ୍ଟି ହୁଏ , ବର୍ତ୍ତମାନକୁ ହସି ହସି ଉପଭୋଗ କଲେ ଜୀବନ ସୁନ୍ଦର ହୋଇଯାଏ !!
➡️”ଗଛ ଲଗାଇବା ଓ ଗଛ ବଞ୍ଚାଇବା ଦୁଇଟା ଅଲଗା କଥା , ଯିଏ କ୍ୟାମେରା ସାମନାରେ ଗଛ ଲଗାଏ , ସିଏ ପାଣି ଦେବାକୁ ସମୟ ପାଏନି , ଆଉ ଯିଏ ପାଣି ଦିଏ ତା ପାଖକୁ କ୍ୟାମେରା ଯାଏନି !!
➡️”ହେ ଈଶ୍ୱର ମତେ କେବେ କାହା ହୃଦୟ ରେ ବୋଝ କରିବନି , ଯିଏ ମୋଠୁ ଦୁରେଇବାକୁ ଚାହୁଁଛି ପ୍ରଥମେ ତାଠୁ ମତେ ଦୁରେଇ ଦିଅ 🙏ଓଁ ସୂର୍ଯ୍ୟ ଦେବାୟ ନମଃ🙏ଶୁଭ ସକାଳଆଜି ରବିବାର ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ!!

- Advertisement -

Leave A Reply

Your email address will not be published.